Venkaiah Naidu

ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କ ମତ, କବିତା ସମଗ୍ର ବିଶ୍ଵକୁ ପରିବର୍ତ୍ତନ କରିପାରିବ

NATIONAL

ଓଡିଶାରେ ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ॰ ଭେଙ୍କାୟା ନାଇଡୁ । ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ଵରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା କିଟ ବିଶ୍ଵବିଦ୍ୟାଳକୁ ଯାଇ ବିଶ୍ଵ କବି ମହାକୁମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ଆରମ୍ଭରେ ଓଡିଆରେ ଅଭିଭାଷଣ ଦେଇଛନ୍ତି । ସେ ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ବୋଲି ପ୍ରଥମେ ପ୍ରକାଶ କରିଥିଲେ । କବିତା ସମ୍ବନ୍ଧରେ ସେ କହିଥିଲେ, “ଭାଇଚାରା ସୃଷ୍ଟି ପାଇଁ କବିତା ହେଉଛି ଉତ୍ତମ ମାଧ୍ୟମ । ଗାନ୍ଧୀ ସତ୍ୟ ଓ ଅହିଂସାର ଦୂତ, ଆଜିର ସମୟ ପାଇଁ ଅତ୍ୟନ୍ତ ଆବଶ୍ୟକ । ସମଗ୍ର ବିଶ୍ଵ ହେଉଛି ଗୋଟିଏ ପରିବାର । ଗୋଟିଏ ସମୟରେ ଭାରତ ବିଶ୍ଵ ଗୁରୁ ଥିଲା । ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦାରେ ଅଧ୍ୟୟନ କରୁଥିଲେ । ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ଖୁସି ଆଣିଥାଏ । କବିତା ସମଗ୍ର ବିଶ୍ଵକୁ ପରିବର୍ତ୍ତନ କରିପାରିବ ।” ଏହି ଅବସରରେ ଉପରାଷ୍ଟ୍ରପତି, କାଲିଦାସ ସମେତ ଅନେକ ଭାରତୀୟ କବିଙ୍କୁ ସ୍ମରଣ କରିଥିଲେ । ପରମ୍ପରା, ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ସେ ଯୁବପିଢିଙ୍କୁ ଆହ୍ଵାନ ଦେଇଥିଲେ ।

loading...

କାର୍ଯ୍ୟସୂଚୀ ଅନୁଯାୟୀ, ବିଶ୍ଵକବି ମହାକୁମ୍ଭ କାର୍ଯ୍ୟକ୍ରମ ପରେ ରାଜଭବନକୁ ଯାଇ ମଧ୍ୟାହ୍ନଭୋଜନ କରିବେ । ତାପରେ ଅପରାହ୍ନ ୩ଟାରେ କଟକ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ଵର ବିମାନ ବନ୍ଦର ଫେରିବେ ଓ ଅପରାହ୍ନ ୪ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଉପରାଷ୍ଟ୍ରପତିଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ମୁତୟନ ରହିଛନ୍ତି । ବିମାନ ବନ୍ଦରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥ ଗ୍ରହଣ କରାଯାଇଛି ।

Please follow and like us:
error
loading...