ଆଜି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ

STATE

ପୁରୀ : ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମରେ ଜନ୍ମ ନେଇଥିଲେ ଦେଶର ବରପୁତ୍ର । ସାରା ଜୀବନ ସମାଜ ପାଇଁ ଉତ୍ସଗ୍ରୀକୃତ କରିଦେଇଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଜନ୍ମ ଦିନରେ ତାଙ୍କ ଜନ୍ମମାଟି ସୁଆଣ୍ଡ ଗ୍ରାମରେ ପହଁଞ୍ଚି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଭିଡ଼ ଜମିଛି ।

loading...

ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା, ସମାଜସେବୀ ଓ ପ୍ରଶାସନିକ ଅଧିକାରୀ ପହଁଞ୍ଚି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ପରେ ମହାପୁରୁଷଙ୍କ ସ୍ମୁତି ଚାରଣ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ପୁରସ୍କାର ପ୍ରଦାନକାର୍ୟ୍ୟ ରହିଛି । ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ, ସମସ୍ତ ଦଳର କର୍ମୀ ନେତୃ ବୃନ୍ଦ, ମହିଳା ଗୋଷ୍ଟୀ, ଓଡ଼ିଆ ଚ୍ଚଳଚିତ୍ର ହିରୋ ସବ୍ୟସାଚୀ ମିଶ୍ର, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତ ରାୟ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ, ବିଡ଼ିଓ, ତହସିଲଦାର, ଅନେକ ସ୍ୱେଚ୍ଛାସେବୀ ଅଧିକାରୀ, ବିଭିନ୍ନ ସଙ୍ଗଠନ ଏବଂ ଜଗା ବଳିଆଙ୍କ ମୁଣ୍ଡ ପୃଥକ କରିଥିବା ଡାକ୍ତର ଅଶୋକ ମହାପାତ୍ର ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସୁଆଣ୍ଡ ।

Please follow and like us:
error
loading...