ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ସକ୍ରିୟ : ଡିଜିପି ଦିଲବଗ ସିଂହ

NATIONAL

ଶ୍ରୀନଗର : ଜମ୍ମୁ କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି ବୋଲି ଜମ୍ମୁ କାଶ୍ମୀର ଡିଜିପି ଦିଲବଗ ସିଂହ କହିଛନ୍ତି । ପୁଞ୍ଚ ଜିଲ୍ଲାରେ ସମୀକ୍ଷା ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ରାଜ୍ୟରେ ଏବେ ପାଖାପାଖି ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ସୀମାପାର ଏହି ଆତଙ୍କବାଦୀ ରାଜ୍ୟରେ ପଶିବାରେ ସକ୍ଷମ ହୋଇଛନ୍ତି ବୋଲି ଡିଜିପି କହିଛନ୍ତି । ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କବାଦୀ ହିଂସା ଘଟାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏତେ ରହିଛି ଯେ ତାଙ୍କୁ ରୋକିବା ମଧ୍ୟ କଡ଼ା ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।

loading...

ହେଲେ ଭାରତୀୟ ସେନାଙ୍କ ରଣନୀତି ମଧ୍ୟ ବହୁତ ମଜବୁତ ରହିଛି, ତେଣୁ ସେମାନଙ୍କର କୌଣସି ଯୋଜନା ଏପର୍ୟ୍ୟନ୍ତ ସଫଳ ହୋଇ ନାହିଁ ବୋଲି ଡିଜିପି କହିଛନ୍ତି । ମୁଖ୍ୟତଃ ଘାଟିରେ ଥିବା ଜିଲ୍ଲା ଗୁଡ଼ିକରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି । ନିକଟରେ ହୋଇଥିବା ହିଂସା ବାବଦରେ ମଧ୍ୟ ସେ ଉଦାହରଣ ଦେଇ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ହେଲେ ଏଥିମଧ୍ୟରୁ କିଛି ନିପାତ ହୋଇଥିବା ବେଳେ ଆଉ କିଛି ଗିରଫ୍ ହୋଇଛନ୍ତି ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ସୀମାପାର ଆତଙ୍କବାଦୀ ରାଜ୍ୟରେ ପ୍ରବେଶ କରି ହିଂସା ଘଟାଇବାକୁ ଲକ୍ଷ୍ୟ ରଖିଛନ୍ତି ।

Please follow and like us:
error
loading...