ସୋନି ଟିଭିରେ ପ୍ରସାରିତ ସୁପରଷ୍ଟାର ସିଙ୍ଗରର ମୁକୁଟ ପିନ୍ଧିଲେ ପ୍ରୀତି

NATIONAL

ଗତକାଲି ଥିଲା ଦୀର୍ଘ ଦିନ ଧରି ପ୍ରତି ଶନିବାର ଓ ରବିବାରରେ ସୋନି ଟିଭିରେ ଚାଲୁଥିବା ଲୋକପ୍ରିୟ କାର୍ଯ୍ୟକ୍ରମ ‘ସୁପରଷ୍ଟାର ସିଙ୍ଗର’ର ଗ୍ରାଣ୍ଡ ଫାଇନାଲ । ଶ୍ରେଷ୍ଠ ୬ଜଣ ପ୍ରତିଯୋଗୀଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ କରଯାଇଥିଲା ମୂଲ୍ୟାଙ୍କନ । ଶ୍ରେଷ୍ଠ ୬ ଜଣ ତାଲିକାରେ ଥିଲେ ୪ଜଣ ଝିଅ ଓ ୨ ଜଣ ପୁଅ । ଝିଅ ୪ ଜଣ ହେଲେ ଅଙ୍କୋନା, ନିଷ୍ଠା, ସ୍ନେହା ଓ ପ୍ରୀତି । ୨ ଜଣ ପୁଅ ହେଲେ ମଉଲି ଓ ହର୍ଷିତ । ବିଚାରକ ମଧ୍ୟରେ ଥିଲେ ଜାଭେଦ, ହିମେଶ ଓ ଅଳକା । ବିଶେଷ ଭାବେ
ଆମନ୍ତ୍ରିତ ହୋଇଥିଲେ ସଙ୍ଗୀତକାର ପ୍ୟାରେଲାଲ ।

loading...

ଏହି ଶ୍ରେଷ୍ଠ ୬ ଜଣଙ୍କର ଯାଦୁକରୀ ସଙ୍ଗୀତରେ ସତରେ ଥିଲା ଯାଦୁ । ମନ୍ତ୍ରମୁଗ୍ଧ କରି ରଖିଥିଲା ସମସ୍ତଙ୍କୁ । ଏହି ଅତ୍ୟନ୍ତ କଷ୍ଟକର ଥିଲା କାହାକୁ ଶ୍ରେଷ୍ଠର ମୁକୁଟ ପିନ୍ଧାଇ ଦିଆଯିବ । ଉତ୍କଣ୍ଠା ମଧ୍ୟରେ କତିଯାଉଥିଲା ମୂହୁର୍ତ୍ତ ପରେ ମୂହୁର୍ତ୍ତ, ମିନିଟ ପରେ ମିନିଟ ଓ ଘଣ୍ଟା ପରେ ଘଣ୍ଟା । ସର୍ବ ଶେଷରେ ଆସିଥିଲା ସେହି ନିର୍ଣାୟକ ମୂହୁର୍ତ୍ତ । ଜନତାଙ୍କ ଭୋଟ ହିସାବକୁ ନେଇ ବିଚାରକ ମଣ୍ଡଳୀ ଘୋଷଣା କଲେ ସୁପରଷ୍ଟାର ସିଙ୍ଗର ରୂପେ ପଶ୍ଚିମବଙ୍ଗର ବର୍ଦ୍ଧମାନସ୍ଥିତ ୯ ବର୍ଷିୟା ପ୍ରୀତି ଭଟ୍ଟାଚାର୍ଯ୍ୟଙ୍କୁ । ପ୍ରୀତି ବିଜୟ ମୁକୁଟ ପିନ୍ଧିବା ସହିତ ତାଙ୍କୁ ଦିଆଗଲା ୧୫ ଲକ୍ଷ ଟଙ୍କାର ଏକ ଚେକ ।

Please follow and like us:
error
loading...