ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଶେଖ ହାସିନା

NATIONAL

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ତାଙ୍କର ବାଂଲାଦେଶୀ ସମକକ୍ଷ ଭେଟିବାର କାର୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଗସ୍ତର ତୃତୀୟ ଦିନରେ ଶନିବାର ମୋଦୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଏହି ସାକ୍ଷାତକାର କାର୍ୟ୍ୟକ୍ରମ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ଵିପାକ୍ଷିକ ସହଯୋଗ ସଂପର୍କିତ ଆଲୋଚନା ହେବ । ଶେଖ ହାସିନା ଭାରତରେ ପହଂଚିବା ପରେ ୱାର୍ଲ୍ଡ ଇକୋନୋମିକ ଫୋରମର କଣ୍ଟ୍ରି ଷ୍ଟ୍ରାଟିଜ ଡାଇଲଗ-ବାଂଲାଦେଶରେ ଅଂଶଗ୍ରହଣ କରିଛନ୍ତି । ସେହିପରି ସେ ‘ଭାରତ-ବାଲାଂଦେଶ ବିଜନେସ ଫୋରମ’କୁ ଉଦଘାଟନ କରିଛନ୍ତି । ମୋଦୀ ଓ ହାସିନାଙ୍କ ସାକ୍ଷାତ ସମୟରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର ହୋଇପାରେ । ଉଭୟ ପ୍ରଧାନମନ୍ତ୍ରୀ ଭିଡିଓ ଲିଙ୍କ ମାଧ୍ୟମରେ ଏକାଧିକ ପ୍ରକଳ୍ପ ଶୁଭାରମ୍ଭ କରିବେ ।

loading...

ସାକ୍ଷାତକାର ସମୟରେ ଶେଖ ହାସିନା ଭାରତରୁ ବାଂଲାଦେଶକୁ ପିଆଜ ରପ୍ତାନୀ ନେଇ ପ୍ରସଙ୍ଗ ଉଠାଇ ପାରନ୍ତି । ବାଂଲାଦେଶୀ ପ୍ରଧାନମନ୍ତ୍ରୀ ହାସିନା ଶୁକ୍ରବାର କହିଛନ୍ତି, ପିଆଜ ରପ୍ତାନୀ ବନ୍ଦ କରିବା ଦ୍ୱାରା ଆମକୁ ବହୁତ ଅସୁବିଧା ହେଉଛି । ମୋତେ ଜଣା ନାହିଁ ଯେ, କାହିକି ଆପଣମାନେ ପିଆଜ ରପ୍ତାନୀକୁ ବନ୍ଦ କରିଦେଲେ । ଯଦି ଆଗରୁ ସୂଚନା ଦେଇଥିଲେ, ଆମେ ଅନ୍ୟ କେଉଁଠୁ ପିଆଜ ଆଣିପାରିଥାନ୍ତୁ । ମୁଁ ଲୋକଙ୍କୁ କହିଛି ବିନା ପିଆଜରେ ରୋଷେଇ କରନ୍ତୁ । ଆଗକୁ ଯଦି ଏଭଳି କିଛି କରିବାର ଅଛି, ତା’ହେଲେ ଆମକୁ ସୂଚନା ପ୍ରଦାନ କରାଯାଉ । ହାସିନ କହିଛନ୍ତି ପିଆଜ ରପ୍ତାନୀ ବନ୍ଦ କରିବା ଫଳରେ ତାଙ୍କର ଦେଶ ପ୍ରଭାବିତ ହୋଇଛି ।

Please follow and like us:
error
loading...