ବିହାର ଓ କର୍ଣ୍ଣାଟକରେ ବନ୍ୟା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

NATIONAL

ନୂଆଦିଲ୍ଲୀ : ବନ୍ୟା ପ୍ରପୀଡ଼ିତ ବିହାର ଓ କର୍ଣ୍ଣାଟକ ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିହାରକୁ ୪୦୦ କୋଟି ଓ କର୍ଣ୍ଣାଟକକୁ ୧୨୦୦ କୋଟି ଟଙ୍କା ଅଗ୍ରୀମ ଦେବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଏହି ୨ଟି ରାଜ୍ୟରେ ବନ୍ୟା ଯୋଗୁଁ ଶତାଧିକ ଲୋକେ ଜୀବନ ହରାଇଥିଲେ । ଏହା ବ୍ୟତୀତ ହଜାର ହଜାର ଲୋକଙ୍କୁ ପାଣି ଭିତରେ ଛିଡ଼ା ହେବାକୁ ପଡ଼ିଥିଲା । ସେହିପରି ହଜାର ହଜାର ଲୋକ ନିଜର ବାସଗୃହ ହରାଇଛନ୍ତି । ଉଭୟ ରାଜ୍ୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠିରୁ ବିହାରକୁ ୪୦୦ କୋଟି ଟଙ୍କା ଓ କର୍ଣ୍ଣାଟକକୁ ୧୨୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ବିହାରର ଏସଡିଆରଏଫ ପାଇଁ ନିଜର ଭାରରୁ ଦ୍ୱିତୀୟ କିସ୍ତିରେ ଅଗ୍ରୀମ ରୂପେ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ରାଜ୍ୟକୁ ୨୧୩ କୋଟି ଟଙ୍କା ମିଳିବ ।

loading...

କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଶୁକ୍ରବାର କହିଛନ୍ତି, ଚଳିତ ବର୍ଷ ମୌସୁମୀ ଋତୁରେ ବର୍ଷା ଓ ବନ୍ୟାରେ ୧୯୦୦ ଲୋକଙ୍କର ମୃତ୍ୟୁ ଘଟିଛି । ୨୨ ରାଜ୍ୟରେ ପାଖାପାଖି ୨୫ ଳକ୍ଷ ଲୋକ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି । ଅଧିକାରୀ କହିଛନ୍ତି, ବର୍ଷା, ବନ୍ୟା ଓ ଭୁସ୍ଖଳନରେ ସର୍ବାଧିକ ୩୮୨ ଜଣଙ୍କ ମହାରାଷ୍ଟ୍ରରେ ମୃତ୍ୟୁ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା ୨୨୭ରେ ପହଂଚିଛି । ଦେଶର ପାଖାପାଖି ୩୫୭ ଜିଲ୍ଲାରେ ଭୂସ୍ଖଳନ ଘଟଣା ଯୋଗୁଁ ପ୍ରଭାବିତ ହୋଇଛି । ମୋଟ ୭୩୮ ଜଣ ଲୋକ ଆହତ ହୋଇଛନ୍ତି । ପାଖାପାଖି ୨୦ ହଜାର ଗାଈଗୋରୁଙ୍କ ମୃତ୍ୟୁ ଘଟିଛି । ୨.୦୫ ଲକ୍ଷ ଘର ଆଂଶିକ କ୍ଷତି ହୋଇଥିବା ବେଳେ ୧.୦୯ ଲକ୍ଷ ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି ।

Please follow and like us:
error
loading...