odisha infocus

ଲଢୁଆ ବିମାନ ‘ରାଫେଲ’ ଆଣିବାକୁ ଫ୍ରାନ୍ସ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

NATIONAL

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଲଢୁଆ ବିମାନ ‘ରାଫେଲ’ ଆଣିବାକୁ ଫ୍ରାନ୍ସ ଯିବେ । ରାଜନାଥଙ୍କ ଏହା ହେବ ୩ ଦିନିଆ ବିଦେଶ ଗସ୍ତ । ଭାରତୀୟ ବାୟୁସେନାକୁ ଅକ୍ଟୋବର ୮ରେ ପ୍ରତିଷ୍ଠା ଦିବସରରେ ପ୍ରଥମ ରାଫେଲ ହସ୍ତାନ୍ତର କରାଯିବ । ରାଜନାଥ ସିଂହ ଏଥର ଫ୍ରାନ୍ସରେ ଶସ୍ତ୍ର ପୂଜା କରିବେ । କାରଣ ଦଶହରା ସମୟରେ ସେ ସେଠାରେ ଥିବେ । ପ୍ୟାରିସରେ ଭାରତକୁ ଅକ୍ଟୋବର ୮ରେ ପ୍ରଥମ ରାଫେଲ ମିଳିବ । ଏହି ବିମାନ, ଫ୍ରାନ୍ସର ଏୟାରଫୋର୍ସ ବେସରେ ଉଡିବ ।

loading...

ଭାରତ ଲଢୁଆ ବିମାନ ଜେଟ ନିର୍ମାତା ଇସଲ୍ଟ ଆଭିଏଶନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ଆଧାରରେ ଫ୍ରାନ୍ସ ୩୬ଟି ରାଫେଲ ଦେବ । ଏଥି ମଧ୍ୟରୁ ଗୋଟିଏକୁ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତ କରୁଛନ୍ତି । ବିମାନ ସୌଜନ୍ୟତା ମୂଳକ ଭାବେ ଗ୍ରହଣ କରିବାକୁ ଅକ୍ଟୋବର ୮କୁ ବଛାଯାଇଛି । କାରଣ ଚଳିତ ବର୍ଷ ୮ ତାରିଖରେ ଦଶହରା ପଡୁଛି । ଭାରତ ଅକ୍ଟୋବର ୮ରେ ବାୟୁସେନା ଦିବସ ପାଳନ କରିଥାଏ । ଫ୍ରାନ୍ସରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଉଭୟ ଦେଶର ପ୍ରତରକ୍ଷା ମନ୍ତ୍ରୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ୨୦୧୬ ସେପ୍ଟେମ୍ବରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ କିଣିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଏହି ବିମାନଗୁଡ଼ିକର ମୂଲ୍ୟ ୭.୮୭ ବିଲିୟନ ୟୁରୋ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

Please follow and like us:
error
loading...