ଭାରତୀୟ ଜନତା ପାର୍ଟି ପକ୍ଷରୁ ମହାରାଷ୍ଟ୍ର ପାଇଁ ନିର୍ବାଚନ ଇସ୍ତାହାର

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ସପ୍ତାହରୁ କମ୍ ସମୟ ବାକିଥିବା ବେଳେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର ଉନ୍ମୋଚିତ ହୋଇଛି । ରାଜ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି । ବିଭିନ୍ନ ଦଳର ବରିଷ୍ଠ ନେତା ଓ ତାରକା ପ୍ରଚାରକମାନେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ଆଜିକୁ ମିଶାଇ ପ୍ରଚାର ଶେଷ ହେବା ପାଇଁ ମାତ୍ର ୫ଦିନ ହାତରେ ଥିବାବେଳେ ମତଦାତାଙ୍କୁ ନିଜ […]

Continue Reading

ଭୁବନେଶ୍ଵରବାସୀଙ୍କ ପାଇଁ ଦୁଃସଂବାଦ, ବଢିଯିବ ହୋଲଡିଙ୍ଗ ଟ୍ୟାକ୍ସ

ଭୁବନେଶ୍ଵରବାସୀଙ୍କ ପାଇଁ ଯେଉଁ ସଂବାଦ ପରିବେଷଣ କରିବାକୁ ଯାଉଛୁ, ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ । ହୋଲଡିଙ୍ଗ ଟ୍ୟାକ୍ସ ସେମାନଙ୍କର ଏହା ଭିତରେ ବଢିବାକୁ ଯାଉଛି । କୁହାଯାଉଛି ଦୀର୍ଘ ୨୧ ବର୍ଷ ପରେ ବିଏମସିର ନିଦ ଭାଙ୍ଗିବାକୁ ଯାଉଛି । ବିଏମସି ଅଧୀନରେ ଥିବା ସମସ୍ତ ଘରବାରି ପାଇଁ ଟ୍ୟାକ୍ସ ଏବେ ବର୍ଦ୍ଧିତ ହାରରେ ଆଦାୟ କରାଯିବ । ଜମିର ନୂଆ ବେଞ୍ଚ ମାର୍କ ମୂଲ୍ୟ ହିସାବରେ ହୋଲଡିଙ୍ଗ ଟ୍ୟାକ୍ସ ଅଦାୟ ହେବ ବୋଲି […]

Continue Reading

ଆଜି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୋର୍ଟ ବର୍ଜନ ନିଷ୍ପତ୍ତି

କଟକ : ଆଉ କେବଳ ମୁଖ୍ୟ ବିଚାରପତିଙ୍କ କୋର୍ଟ ନୁହେ, ଏଥର ହାଇକୋର୍ଟର ସମସ୍ତ କୋର୍ଟକୁ ବର୍ଜନ କରିବା ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ସୋମବାର ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ଓ ବୁଧବାର ୨ଦିନ ପର୍ୟ୍ୟନ୍ତ ସମସ୍ତ କୋର୍ଟକୁ ବର୍ଜନ କରିବା ପାଇଁ ଆଇନଜୀବୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୋମବାର ବାର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମ […]

Continue Reading

ନୟାଗଡବାସୀଙ୍କ ପାଇଁ ଖୁସି ଖବର, ଆଜିଠାରୁ ଗଡ଼ିବ ସେବା ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର : ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ମଙ୍ଗଳବାର ଅର୍ଥାତ ଆଜି ଗଡ଼ିବ ସେବା ଏକ୍ସପ୍ରେସ ଟ୍ରେନ। ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଓଡ଼ିଶାର ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ନୂଆଦିଲ୍ଲୀଠାରେ ଉପସ୍ଥିତ ରହିବେ। ଉଦ୍ଘାଟନ ଅବସରରେ ସେବା ଏକ୍ସପ୍ରେସ୍ ଅପରାହ୍ନ ୧.୩୦ ସମୟରେ […]

Continue Reading

ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ୟ୍ୟକାରୀ ହେବ

ନୂଆଦିଲ୍ଲୀ : ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ଏହାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ ଗୋଟିଏ ବୈଦ୍ୟୁତିକ ଟୋଲ ଆଦାୟ ବ୍ୟବସ୍ଥା କାର୍ୟ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହେଉଛି। କେନ୍ଦ୍ର […]

Continue Reading

ଆଜି ପୁର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏପିଜେ ଅବଦୁଲ କଲାମ ଙ୍କ ଜନ୍ମଜୟନ୍ତୀ

ନୂଆଦିଲ୍ଲୀ : ଭାରତର କେତେଜଣ ମହାମନିଷୀ ରହିଛନ୍ତି ଯେଉଁ ମାନଙ୍କ ନାମ ଉଚ୍ଚାରଣ ମାତ୍ରକେ ଉକ୍ତି,ସମ୍ମାନ ଓ ଶ୍ରଦ୍ଧାରେ ମଥା ଆପେଆପେ ନଇଁ ଯାଏ । ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏପିଜେ ଅବଦୁଲ କଲାମ ଅନ୍ୟତମ । ‘ମିସାଇଲ ମ୍ୟାନ୍’ ନାମରେ ସେ ଖ୍ୟାତି ପାଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଏବଂ ସରଳତା ତଥା ଶାନ୍ତ ଭଦ୍ର ବ୍ୟବହାର ସମସ୍ତଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରୁଥିଲା । ଆଜି ଭାରତର ମିସାଇଲ୍ ମ୍ୟାନ୍ […]

Continue Reading

ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି; ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଆତଙ୍କବାଦୀ ଆକ୍ରମଣ । ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ଆଜି ଦେଶରେ ବଢୁଥିବା ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ଉପରେ ଏନଆଇଏର ଏକ ବୈଠକରେ ଆଲୋଚନା ହୋଇଛି । ବାଂଲାଦେଶୀ ଆତଙ୍କୀ ଗୋଷ୍ଠୀ ‘ଜମାତ-ଉଲ-ମୁଜାହିଦ୍ଦିନ’ ଦେଶରେ ପ୍ରବେଶ […]

Continue Reading
Puri

ଆଜିଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ

ପୁରୀ : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏତଦ୍ ବ୍ୟତୀତ ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ସମସ୍ତ ଶୈବାଳୟ ଓ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭିଡ଼ ଜମିଛି। ଏହାସହ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ଆରମ୍ଭ ହୋଇଛି। ଆଜି ଠାରୁ ମାସେ ଯାଏଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ ପାଳନ କରିବେ। ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରିବା ପରେ ଚଉରା […]

Continue Reading
odisha infocus

ପାକିସ୍ତାନ ପାଇଁ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ଦିବସ, ଆସନ୍ତୁ ଜାଣିବା କଣ ?

ପ୍ୟାରିସ : ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା ପାକିସ୍ତାନ ପାଇଁ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ଦିବସ। ଫ୍ରାନ୍ସରେ ହେବାକୁ ଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ(ଏଫଏଟିଏଫ) ବୈଠକରେ ଆଜିର ଦିନରେ ଦେଶର ଭାଗ୍ୟ ନିର୍ଦ୍ଧାରଣ ହେବ। ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ଏବଂ ପାଣ୍ଠି ଯୋଗାଇ ଆସୁଥିବା ପାକିସ୍ତାନକୁ ବୈଠକରେ ଏଫଏଟିଏଫ କଳା ତାଲିକାଭୁକ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଏଫଏଟିଏଫ ବୈଠକରେ ଏପରି କାର୍ୟ୍ୟାନୁଷ୍ଠାନ ନିଆଯିବାର ଆଶଙ୍କା […]

Continue Reading
strike

୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କୁ ନିଲମ୍ବନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡ଼ିଛି। ବନ୍ଦର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମାତ୍ର ଶିକ୍ଷାନୁଷ୍ଠାନ, ଡ଼ାକ୍ତରଖାନା ଓ […]

Continue Reading