ନଗଡ଼ା ସ୍ଥିତିକୁ ନେଇ ଏନଏଚ୍ଆରସି ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ

STATE

ଭୁବନେଶ୍ୱର : ନଗଡ଼ା ପାଇଁ ଖର୍ଚ୍ଚ ହୋଇସାରିଲାଣି କୋଟି କୋଟି ଟଙ୍କା । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍ । ତେବେ ଏନେଇ ଏନଏଚ୍ଆରସି ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରାଯାଇଛି । ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ତାଗିଦ୍ କରିଛି ଜାତୀୟ ମାନବାଧିକାର କମିଶନ । ରିପୋର୍ଟ ନଦେଇପାରିଲେ ମାନବାଧିକାର ସୁରକ୍ଷା ଆଇନ, ୧୯୯୩ ଧାରା ୧୩ ଅନୁଯାୟୀ ବ୍ୟକ୍ତିଗତ ଭାବେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବାକୁ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ରହିଛି ।
ଗଣମାଧ୍ୟମରେ ନଗଡାର ପୁଷ୍ଟିହୀନତା ଖବର ପ୍ରକାଶ ପାଇବାର ତିନି ବର୍ଷ ବିତିଗଲାଣି । ହେଲେ ପରିସ୍ଥିତି ସୁଧୁରିବାର ନାଁ ଧରୁନି । ନଗଡ଼ା ଖବର ଲୋକଲୋଚନକୁ ଆସବା ପରେ ପରିସ୍ଥିତି ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା । ଏଥିପାଇଁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି । ନଗଡ଼ାର ବିକାଶ ପାଇଁ ୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସରିଲାଣି । କିନ୍ତୁ ସେଠାକାର ଲୋକ ଏବେ ବି ଦୁର୍ଦିନରେ ଦିନ କାଟୁଛନ୍ତି ।

loading...

ଶିଶୁମାନେ ଏବେ ବି ପୁଷ୍ଟିହୀନତାର ଶିକାର ହେଉଥିବା ଦେଖାଯାଇଛି । ଏତେ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଉନାହାନ୍ତି କୁନି କୁନି ପିଲା । ଏନେଇ ମାନବାଧିକାର କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଅଖଣ୍ଡ ଅଭିଯୋଗ କରିବା ପରେ ପୁଣି ଘଟଣା ଚର୍ଚ୍ଚାକୁ ଆସିଛି । ଜାତୀୟ ମାନବାଧିକାର କମିଶନ ଏହି ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ନଗଡ଼ାର ବିକାଶ ପାଇଁ ୨୩କୋଟି ଖର୍ଚ୍ଚ ହୋଇସାରିବା ପରେ ମଧ୍ୟ କାହିଁକି ଦୟନୀୟ ସ୍ଥିତିର ପରିବର୍ତ୍ତନ ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ପ୍ରଶ୍ନ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ୪ ସପ୍ତାହ ମଧ୍ୟରେ ସଚିବଙ୍କୁ ରିପୋର୍ଟ ମଧ୍ୟ ମାଗିଛନ୍ତି ।

ନଗଡାର ଏଭଳି ସ୍ଥିତି ଉପରେ ମାନବାଧିକାର କର୍ମୀ ଅଖଣ୍ଡ, ଗତ ଅଗଷ୍ଟ ମାସରେ ଏକ ପିଟିସନ୍ ଦାୟର କରିଥିଲେ । ସେ ଦର୍ଶାଇଥିଲେ ୨୦୧୬ ଜୁଲାଇରେ ନଗଡାର ଶିଶୁମାନେ ପୁଷ୍ଠିହୀନତା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିବା ଖବର ଗଣମାଧ୍ୟରେ ପ୍ରକାଶ ପାଇଥିଲା । ପରେ ସରକାର ସଜାଗ ହୋଇଥିଲେ ଏବଂ ସେଠାରେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ତିନି ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ସେଠାକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ୮ ତାରିଖରେ ଯାଇଥିଲେ । ସେମାନଙ୍କ କହିବାନୁଯାୟୀ, ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ହେଉଛନ୍ତି । ଭାତ, ଡାଲି ଓ ଲୁଣ ଖାଉଛନ୍ତି । ତିନି ଓଳି ଏହି ଜୁଆଙ୍ଗ ଶିଶୁଙ୍କୁ ଏହା ହିଁ ଖାଇବାକୁ ଦିଆଯାଉଛି । ସେମାନଙ୍କ ସ୍ଥିତି ଏବେ ବି ସୁଧୁରିନି ।

Please follow and like us:
error
loading...