ପଦାର୍ଥ ବିଜ୍ଞାନରେ ଜିମ ପିବଲ୍ସ, ମାଇକେଲ ମେୟର ଏବଂ ଡିଡିଅର କ୍ୱେଲଜଙ୍କୁ ନୋବେଲ

INTERNATIONAL

ଷ୍ଟକହୋମ : ନୋବେଲ ପୁରସ୍କାର ଦ୍ୱିତୀୟ ଦିନ ମଙ୍ଗଳବାରରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ବ୍ରହ୍ମାଣ୍ଡର ରହସ୍ୟ ଉଜାଗର କରିବା ପାଇଁ ଜିମ ପିବଲ୍ସ, ମାଇକେଲ୍ ମେୟର ଓ ଡିଡିଅର କ୍ୱେଲଜଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି ।

loading...

ପଦାର୍ଥ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯିବ । ଜିମ ପିବଲ୍ସଙ୍କୁ ଭୌତିକ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାତ୍ତ୍ବିକ ଆବିଷ୍କାର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଜିମ ପିବଲ୍ସଙ୍କୁ ନୋବେଲ ପୁରସ୍କାରର ଅଧା ରାଶି ମିଳିବ । ସେହପରି ସୌରମଣ୍ଡଳ ବାହାରେ ସୂର୍ୟ୍ୟପରି ପରିକ୍ରମଣ କରୁଥିବା ତାରାର ଆବିଷ୍କାର ପାଇଁ ମେୟର ଓ ଡିଡିଅର କ୍ବେଲଜଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଅଧା ରାଶି ଦିଆଯିବ । ପିବଲ୍ସ କାନାଡରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ଆମେରିକୀୟ ବାସିନ୍ଦା ହୋଇଥିଲେ । ମେୟର ଓ କ୍ୱେଲଜ ସ୍ୱିଜରଲ୍ୟାଣ୍ଡର ବାସିନ୍ଦା ।

Please follow and like us:
error
loading...