ପୁଅ ଦେହରୁ ରକ୍ତ ଝରି ବାପ ଦେହରୁ ଝରୁଥିବା ରକ୍ତରେ ମିଶିଗଲା

STATE

କୋଣାର୍କ ଅଞ୍ଚଳରେ ଘଟିଛି ଅତି ଦୁଃଖଦାୟକ ତଥା ମର୍ମସ୍ପର୍ଶୀ ଘଟଣା । ଏକ ସମୟରେ ପୁଅ ଦେହରୁ ରକ୍ତ ଝରି ବାପ ଦେହରୁ ଝରୁଥିବା ରକ୍ତ ସଙ୍ଗେ ଏକ ହୋଇଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁହେଁ ଥିଲେ ରକ୍ତାକ୍ତ । ଦୁହିଙ୍କ ଦେହରୁ ଝରୁଥିଲା ଧାର ଧାର ରକ୍ତ । କେହି କାହାରିକୁ ଦେଖିବା ବା ପଚାରିବା ଅବସ୍ଥାରେ ନଥିଲେ । ଜୀବନ ସହିତ ମୃତ୍ୟୁର ଚାଲିଥିଲା ସଂଗ୍ରାମ । ଅସ୍ତରଙ୍ଗ ବ୍ଲକ ଆଳସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । କହିବାକୁ ଗଲେ ଏଭଳି ଛାତିଥରା ଦୃଶ୍ୟ ସମସ୍ତଙ୍କୁ ଦୁଃଖରେ ଅଭିଭୂତ କରିଦେଇଥିଲା ।

loading...

ଘଟଣା ହେଉଛି ବାପ ପୁଅ ଦୁହେଁ ଯାଉଥିବାବେଳେ ଜଣେ ଦୁର୍ବୃତ୍ତଙ୍କର ଆକ୍ରମଣ ଶିକାର ହୋଇଥିଲେ । ଦୁର୍ବୃତ୍ତ ଜଣଙ୍କ ବାପ ପୁଅ ଦୁହିଙ୍କ ଉପରେ ଆକ୍ରୋଶ ଦେଖାଇବାକୁ ଯାଇ ଦୁହିଙ୍କ ଦେହରେ ଛୁରୀ ଭୁସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦିଲୀପ ସ୍ଵାଇଁ ପ୍ରାଣ ତ୍ୟାଗ କରିଥିବାବେଳେ ଗୁରୁତର ବାପ ସାଧୁ ସ୍ଵାଇଁ ଅଷ୍ଟର୍ଙ୍ଗ ହସ୍ପିଟାଲରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ସହିତ ଦୁହିଙ୍କୁ ମାରିବା ପାଇଁ ବ୍ୟବହୃତ ଛୁରୀ ଜବତ କରିଛି ଓ ତଦନ୍ତ ଜାରି ରଖିଛି । ତେବେ ଆକ୍ରମଣର କାରଣ ଜଣାପଡିନାହିଁ ।

Please follow and like us:
error
loading...