ଜଗତଜନନୀ ମା’ଙ୍କ ଆଜି ଭସାଣ ଉତ୍ସବ

STATE

କଟକ : ଧରାପୃଷ୍ଠରେ ଅବତରଣ କରି ଦୁଷ୍ଟଙ୍କ ବିନାଶ କରିଛନ୍ତି ଜଗତଜନନୀ ମା’ । ଏବେ ଆସିଛି ବିଦାୟ ନେବାର ସମୟ । ଅନ୍ୟାୟ ଓ ଅତ୍ୟାଚାରକୁ ବିନାଶ କରି ଭକ୍ତଜନଙ୍କଠାରୁ ବିଦାୟ ନେବେ ମା’ । ଆଜି ହେଉଛି ମା’ଙ୍କ ଭସାଣ ଉତ୍ସବ । କଟକ, ଭୁବନେଶ୍ୱରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଭସାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
କଟକରେ ମା’ଙ୍କ ବିଦାୟ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସହରରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି । ସହରରେ ଭସାଣ ରାସ୍ତାରେ ସିସିଟିଭି ଲଗାଯାଇଛି । ଏହା ସହ ଦିନ ୧୧ଟା ପରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି ।

loading...

ସେହିପରି ରାଜଧାନୀ ଭୁବନେଶ୍ୱରରେ ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ନୟାପଲ୍ଲୀ ପଡିଆରେ ୨୦ଟି ମେଢ ଏକାଠି ହେବେ । ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ । ସେହିପରି ସହିଦ ନଗର ପଡିଆ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ସମସ୍ତ ମେଢ଼ ଏକାଠି ହେବା ପରେ ଉତ୍ସବ ଆରମ୍ଭ ହେବ ।

Please follow and like us:
error
loading...