ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ ପାଳନ ଦିନ ସମ୍ମାନିତ ହେବେ ଅଭିନନ୍ଦନ

NATIONAL

ନୂଆଦିଲ୍ଲୀ : ବାଲାକୋଟ ଏୟାରଷ୍ଟ୍ରାଇକ ହିରୋ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତୀୟ ବାୟୁସେନା ଦିବସରେ ସମ୍ମାନିତ କରାଯିବ । ଆସନ୍ତା ୮ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ପାକିସ୍ତାନର ଏଫ୧୬ ବିମାନକୁ ମାରି ଖସାଇ ଦେଇଥିବାରୁ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭୋଦରିଆ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନିତ କରିବେ ।ଏହା ସହ ବାଲାକୋଟ ଏୟାର ଷ୍ଟ୍ରାଇକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସ୍କ୍ୱାର୍ଡନ ଲିଡର ମିଂତି ଅଗ୍ରୱାଲଙ୍କୁ ମଧ୍ୟ ସମ୍ମାନୀତ କରାଯିବ । ବାଲାକୋଟରେ ଏୟାରଷ୍ଟ୍ରାଇକ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିମାନ ସଙ୍ଘର୍ଷରେ ଯୋଗଦାନ ପାଇଁ ମିଂତି ଅଗ୍ରୱାଲଙ୍କୁ ସମ୍ମାନ ମିଳିବ।

loading...

ଅଭିନନ୍ଦନ ବାଲାକୋଟରେ ଏୟାରଷ୍ଟ୍ରାଇକ ପରେ ସୀମାରେ ପାକିସ୍ତାନର ଯୁଦ୍ଧ ବିମାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ । ଏହି ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳକୁ ଖସାଇଥିଲେ । ଯାହାଫଳରେ ଚତୁର୍ଦ୍ଦିଗରେ ତାଙ୍କୁ ପ୍ରଶଂସା କରାଯାଉଥିଲା । କାରଣ ଏଫ-୧୬ ବିମାନ ମିଗ-୨୧ ତୁଳନାରେ ବହୁ ଶକ୍ତିଶାଳୀ ଓ ଉନ୍ନତ ଧରଣର । ଏହାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମାରେ ପଡି ଯାଇଥିଲା । ଯାହାଫଳରେ ପାକିସ୍ତାନ ତାଙ୍କୁ ବନ୍ଦୀ କରିଥିଲା । କିନ୍ତୁ ଭାରତର କୂଟନୈତିକ ଚେଷ୍ଟା ଆଗରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା ଏବଂ ବର୍ତ୍ତମାନ ଫେରି ଆସିଥିଲେ ।

Please follow and like us:
error
loading...