ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଭାରତ , ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ୍

SPORTS

ବିଶାଖାପାଟଣା : ବିଶାଖାପାଟଣାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିଛି। ମ୍ୟାଚର ଅନ୍ତିମ ଦିବସରେ ଭାରତ ଏହି ବଡ଼ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଧାର୍ୟ୍ୟ ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ୍ ହୋଇଯାଇଛି।
ଭାରତ ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ବଦଳରେ ୭ ୱିକେଟ ହରାଇ ୫୦୨ ରନରେ ଇନିଂସ ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସତ୍ବେ ଏଲଗାର ଏବଂ ଡି କକ୍ଙ୍କ ଶତକ ବଳରେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଦଳ ୪୩୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସରେ ଭାରତ ୭୧ ରନରେ ଆଗୁଆ ରହି ୨ୟ ପାଳି ଖେଳ ଆରମ୍ଭ କରିଥିଲା।

loading...

୪ ଦିନ ସୁଦ୍ଧା ଭାରତ ୪ ୱିକେଟ ବିନିମୟରେ ୩୨୩ ସଂଗ୍ରହ କରି ପାଳି ଘୋଷଣା କରିବା ସହିତ ଦକ୍ଷିଣ ଆଫ୍ରିକା ପାଇଁ ୩୯୫ ରନର ଟାର୍ଗେଟ ଦେଇଥିଲା। ରୋହିତ ଶର୍ମା ୨ୟ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭରୁ ବିପର୍ୟ୍ୟୟର ସାମ୍ନା କରିଥିଲା। ୭୦ ରନରେ ଦଳ ୮ଟି ୱିକେଟ ହରାଇ ସାରିଥିବାବେଳେ ଶେଷ କ୍ରମର ବ୍ୟାଟ୍ସମ୍ୟାନ ସେନୁରାନ ମୁଥୁସାମୀ ଏବଂ ଡେନ ପେଡ୍ଟ କିଛି ସମୟ ପାଇଁ ଇନିଂସ ସମ୍ଭାଳି ଥିଲେ। ମାତ୍ର ୧୬୧ ରନରେ ପେଡ୍ଟ ଆଉଟ ହୋଇଯିବା ପରେ ମୁଥୁସାମୀ ଏବଂ ରବାଡା ଆଉ ମାତ୍ର ୩୦ ରନ ଯୋଡ଼ିବାରେ ସମର୍ଥ ହୋଇଥିଲେ। ମହମ୍ମଦ ଶାମି ରବାଡାଙ୍କୁ ୧୮ ରନରେ ଆଉଟ କରି ଭାରତର ବିଜୟ ମୁଣ୍ଡି ମାରିଥିଲେ। ଭାରତ ପକ୍ଷରୁ ଶାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୪ଟି ଏବଂ ଅଶ୍ଵିନୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ଭାରତ ପକ୍ଷରୁ ଅଶ୍ଵିନୀ ସର୍ବାଧିକ ୭ ୱିକେଟ ନେଇଥିଲେ। ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

Please follow and like us:
error
loading...