ସଙ୍କଟରେ ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ କୁର୍ସି

INTERNATIONAL

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିଜ ପଦ ଦାଦୁଲ୍ୟମାନ ସ୍ଥିତିରେ ଥିବା ନଜର ଆସୁଛି। ଗୋଟିଏ ପଟେ ସେନାଧ୍ୟକ୍ଷ ଦେଶର ଅର୍ଥନୀତିରେ ହସ୍ତକ୍ଷେପ କରି ବ୍ୟବସାୟିକ ନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରିଥିବା ବେଳେ ଅନ୍ୟପଟେ ଚରମପନ୍ଥୀ ନେତା ଫଜଲୁର ରେହମାନ ମଧ୍ୟ ଏବେ ଇମ୍ରାନଙ୍କ ବିରୋଧରେ ରାଜା ରାସ୍ତାକୁ ଓହ୍ଲାଇଛନ୍ତି। ସମୟ ଥିଲା ଇମ୍ରାନ ସେନା ଓ ଚରମପନ୍ଥୀଙ୍କୁ ଏକାଠି ନେଇ ଚାଲିଥିଲେ ମାତ୍ର ଏବେ ଏମାନେ ଇମ୍ରାନଙ୍କ ପଥରେ କଣ୍ଟା ସାଜିଛନ୍ତି। ଜମିୟତ ଉଲେମା ଏ ଇସଲାମର ପ୍ରମୁଖ ଫଜଲୁର ରେହମାନ ଆଜାଦୀ ରାଲି ଘୋଷଣା କରି ଇମ୍ରାନଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି।

loading...

କିନ୍ତୁ ଇମ୍ରାନ ଭାରତ ବିରୋଧୀ ବୟାନ ଓ କାଶ୍ମୀର ପ୍ରସଙ୍ଗରେ ଜନତାଙ୍କ ଧ୍ୟାନ ହଟାଇବାରେ ଜୁଟିଛନ୍ତି। ଜମିୟତ ଉଲେମା ଏ ଇସଲାମର ପ୍ରମୁଖ ଫଜଲୁର ରେହମାନ ଶନିବାର ନିଜର ଆଜାଦି ରାଲିକୁ ସରକାରଙ୍କ ବିରୋଧରେ ଯୁଦ୍ଧଦେହିଂ ଡାକରା ଦର୍ଶାଇଛନ୍ତି। ସେ କହିଛନ୍ତି, ଏହା ସେ ପର୍ୟ୍ୟନ୍ତ ସମାପ୍ତ ହେବ ନାହିଁ, ଯେ ପର୍ଯ୍ୟନ୍ତ ଏହି ସରକାରର ପତନ ନଘଟିଛି। ରେହମାନ ଅକ୍ଟୋବର ୨୭ରେ ରାଜଧାନୀ ଇସଲାମବାଦରେ ଆଜାଦି ରାଲି ବାହାର କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ଇମ୍ରାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଏହି ଆନ୍ଦୋଳନ ସେ ଯାଏ ଜାରି ରହିବ ଯେ ପର୍ୟ୍ୟନ୍ତ ସରକାର ଭଙ୍ଗ ନହୋଇଛି।

Please follow and like us:
error
loading...