୧୪୦୦ କିଲୋମିଟର ବିସ୍ତୃତ ଲମ୍ବ ‘ଗ୍ରୀନ ୱାଲ’ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

NATIONAL

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶରେ ପରିବେଶ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ୧୪୦୦ କିଲୋମିଟର ବିସ୍ତୃତ ଲମ୍ବ ‘ଗ୍ରୀନ ୱାଲ’ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଫ୍ରିକାରେ ସେନେଗଲରୁ ଜିବୁତି ଯାଏଁ ସୃଷ୍ଟି ହୋଇଥିବା ଗ୍ରୀନ ୱାଲ ଭଳି ଗୁଜୁରାଟରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ ଏହି କୃତ୍ରିମ ଜଙ୍ଗଲ ସୃଷ୍ଟି ହେବ । ଏହି ଜଙ୍ଗଲର ଲମ୍ବ ୧୪୦୦ କିଲୋମିଟର ଓ ପ୍ରସ୍ଥ ୫ କିଲୋମିଟର ରହିବ । ଜଳବାୟୁ ପରିବର୍ତ୍ତନରୁ ନିସ୍ତାର ପାଇବା ପାଇଁ ଏହି ଜଙ୍ଗଲ ସୃଷ୍ଟି କରାଯାଇଛି । ଏହାକୁ ଗ୍ରେଟ ୱାଲ ଅଫ ସାହାରା କୁହାଯାଇଥାଏ ।

loading...

ଗୁଜୁରାଟରୁ ଦିଲ୍ଲୀ ଯାଏଁ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ଜଙ୍ଗଲ ପାଇଁ ପ୍ରାଥମିକ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପକୁ ନେଇ କିଛି ମନ୍ତ୍ରାଳୟ ଉତ୍ସାହିତ ମଧ୍ୟ ଅଛନ୍ତି । ଯଦି ଏହି ପ୍ରକଳ୍ପ ମଂଜୁରୀ ହୋଇଯିବ, ଭାରତରେ ବଢୁଥିବା ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏକ ଉଦାହରଣ ପାଲଟିବ । ପୋରବନ୍ଦର ଠାରୁ ପାନିପଥ ଯାଏଁ ସୃଷ୍ଟି କରାଯିବାକୁ ଥିବା ଏହି ଜଙ୍ଗଲ ବିକଶିତ ହେଲେ ପରିବେଶ ପାଇଁ ଲାଭଦାୟକ ହେବ । ଏହା ବ୍ୟତୀତ ଗୁଜୁରାଟ, ରାଜସ୍ଥାନ, ହରିୟାଣା ଠାରୁ ଦିଲ୍ଲୀ ଯାଏଁ ବିସ୍ତୃତ ଥିବା ଆରାବଳି ପାହାଡରୁ ଶେଷ ହେଉଥିବା ସବୁଜକୁ ନିୟନ୍ତ୍ରିତ କରାଯାଇପାରିବ ।

ଆଫ୍ରିକାରେ ଗ୍ରେଟ ଗ୍ରୀନ ୱାଲ ପାଇଁ ପାଖାପାଖି ଏକ ଦଶନ୍ଧି ପୂର୍ବରୁ କାମ ଆରମ୍ଭ କରାଯାଇଥିଲା । ମାତ୍ର ଅନେକ ଦେଶ ଭାଗିଦାରୀ ହେବା ଏବଂ ସେମାନଙ୍କ କାର୍ଯ୍ୟ ଶୈଳୀ ଭିନ୍ନ ହେବାରୁ ଏଯାଏଁ ଏହା ପୂର୍ଣ୍ଣରୂପେ ସଫଳତା ମିଳିପାରି ନାହିଁ । ଭାରତ ସରକାର ଏହାକୁ ୨୦୩୦ ଯାଏଁ ରାଷ୍ଟ୍ରୀୟ ପ୍ରାଥମିକତା ଭଳି ଦେଖୁଛନ୍ତି । ଏହି ଜଙ୍ଗଲ ସୃଷ୍ଟି ହେଲେ ୨୬ ମିଲିୟନ ହେକ୍ଟର ଜମି ପ୍ରଦୂଷଣ ମୁକ୍ତ ହେବ ।

Please follow and like us:
error
loading...