ପୂଜା ମଣ୍ଡପରେ ସୁନା ଚେନ ଲୁଟ

STATE

ପୂଜା ମଣ୍ଡପକୁ ଲୋକେ ଯାନ୍ତି ମନରେ ଭକ୍ତିଭାବ ନେଇ । ଠାକୁର ବା ଠାକୁରାଣୀଙ୍କ ନିକଟରେ ମୁଣ୍ଡିଆ ମାରନ୍ତି ଆଉ ଆଶୀର୍ବାଦ ଭିକ୍ଷା କରନ୍ତି । ହେଲେ ଏଭଳି ପବିତ୍ର ଜାଗାକୁ କଳୁଷିତ କରୁଛନ୍ତି ଅପରାଧୀଗୋଷ୍ଠୀ । ପୂଜା ମଣ୍ଡପ ଭଳି ସ୍ଥାନରେ ବି ସେମାନେ ଲୁଟ କରିବାର ମଉକା ହାତଛଡା କରୁନାହାନ୍ତି । ସେଭଳି ଏକ ଘଟଣା ଘଟିଛି ରାଉରକେଲା ସେକ୍ଟର-୧୬ ଅଞ୍ଚଳରେ ।

loading...

ସେଠାରେ ଦେବୀ ମଣ୍ଡପକୁ ମା’ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ ଜଣେ ମହିଳା । ତାଙ୍କ ବେକରେ ଝୁଳୁଥିଲା ଏକ ସୁନା ଚେନ, ଯାହାକୁ ଦେଖି ଲୁଟେରା ଜନେ ଛକି ବସିଲା । ଯେମିତି ସୁଯୋଗ ପାଇଛି, ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ସ୍ଥାନ ଛାଡି ଫେରାର ହୋଇଯାଇଥିଲା ।

Please follow and like us:
error
loading...