ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୯୪୦ ପରେ ପ୍ରଥମ ଥର ପାଇଁ ଫେରୁଛି ବିଳମ୍ବରେ

  ନୂଆଦିଲ୍ଲୀ : ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସାଧାରଣ ମୌସୁମୀ ଋତୁ ଏଥର ୪୦ ଦିନ ବିଳମ୍ବ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୯୪୦ ପରେ ମୌସୁମୀ ପ୍ରଥମ ଥର ପାଇଁ ବିଳମ୍ବରେ ଫେରିଛି । ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ଫେରିଥିବା ବୁଧବାର ଘୋଷଣା କରିଛି । ବିଭାଗ ଅନୁସାରେ ଏହା ପରେ ମୌସୁମୀ ଉତ୍ତର […]

Continue Reading

୪୮ ଘଂଟା ମଧ୍ୟରେ ରାଜ୍ୟର ଅନେକ ଅଂଚଳରେ ବର୍ଷା

ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡିଶାରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଂଟା ମଧ୍ୟରେ ରାଜ୍ୟର ଅନେକ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ରାଜ୍ୟର କିଛି ଜିଲ୍ଲାରେ ୪୮ ଘଂଟା ମଧ୍ୟରେ ବର୍ଷା ହେବ । ସ୍ଥାନେସ୍ଥାନେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ବର୍ଷାର ପରିମାଣ କମ […]

Continue Reading

ପାଣିପାଗ ବିଭାଗର ସୁଚନା, ୨୪ ଘଣ୍ଟା ଯାଏଁ ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା । ଆଉ ୨୪ ଘଣ୍ଟା ପର୍ୟ୍ୟନ୍ତ ସାରା ଓଡ଼ିଶାରେ ଏଭଳି ବର୍ଷା ଜାରି ରହିବ ବୋଲି ସୂଚନା ରହିଛି । ଆଜି ସକାଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ଯୋଗୁ ବେହାଲ ରାଜ୍ୟବାସୀ । ରାଜ୍ୟର କିଛି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି […]

Continue Reading

ପାଣିପାଗ ବିଭାଗର ସୁଚନା, ଆଜି ପ୍ରବଳ ବର୍ଷା ହେବ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ହେଉଛି । ଓଡ଼ିଶା ସମେତ ତାମିଲନାଡୁ, ପୁଡୁଚେରୀରେ ଆଜି ପ୍ରବଳ ବର୍ଷା ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଯାହାର ପ୍ରଭାବରେ ଆଜି ସକାଳୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଖାଲି ଉପରୋକ୍ତ ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ; ଉତ୍ତର ପ୍ରଦେଶ, ପୂର୍ବ […]

Continue Reading

ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ , ୫ଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହା ଫଳରେ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଆଗାମୀ ୫ଦିନ ରାଜ୍ୟରେ ଅଧିକାଂଶ ସ୍ଥାନ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୨୫ ଓ ୨୬ ତାରିଖରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା, ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି […]

Continue Reading

ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଆଜି ଆସିବ ଭିସେରା ରିପୋର୍ଟ

କଟକ : କଟକ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଆଜି ଏସଏଫଏସଏଲରୁ ଭିସେରା ରିପୋର୍ଟ ଆସିବ । ଏହି ରିପୋର୍ଟରେ ହତ୍ୟା କରାଯିବା ପୂର୍ବରୁ ନିହାରିକାଙ୍କୁ କୌଣସି ନିଶା ଦ୍ରବ୍ୟ ଦିଆ ଯାଇଥିଲା ନା ନାହିଁ ସେନେଇ ଜଣାପଡିବ । ସୂଚନାନୁସାରେ, ଗତ ୧୭ ତାରିଖରେ ଜଗତସିଂପୁର ବିଲୁଆଖାଇ ନଈପଠାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଦେହ ଏକ ବସ୍ତା ଭିତରୁ ଉଦ୍ଧାର ହୋଇଥିଲା । ଏଙାପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ଏହା କଟକର […]

Continue Reading

୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର : ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ବଳୟରେ ପରିଣତ ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କାଁ ଭାଁ କେତୋଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ବୁଧବାର ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। […]

Continue Reading

ରାଜ୍ୟରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର : ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସକାଳ ୧୦ଟା ୩୦ ଯାଏଁ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଥିଲା । ପ୍ରଭାବିତ ହେବାକୁ ଥିଲା ଜିଲ୍ଲାଗୁଡିକ ହେଲେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଝାରସୁଗୁଡ଼ା। […]

Continue Reading

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆଞ୍ଚଳିକ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଛତିଶଗଡ-ଓଡିଶା-ଝାଡଖଣ୍ଡ ସୀମାନ୍ତ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି । ଏହି ସମୟରେ ଘଡ଼ଘଡ଼ି ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ […]

Continue Reading

କାଲିଠୁ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ୟେଲୋ ୱାର୍ଣିଙ୍ଗ

ଆସନ୍ତାକାଲିଠାରୁ ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୪ଟି ଜିଲ୍ଲାକୁ ରେଡ ୱାର୍ଣିଙ୍ଗ ଜାରିକରାଯାଇଛି । ଜିଲ୍ଲାଗୁଡିକ ହେଲେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ସେହିପରି ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଙ୍ଗ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡା, ନୂଆପଡା ଜିଲ୍ଲା । ଏହା ବ୍ୟତୀତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣିଙ୍ଗ ଜାରି […]

Continue Reading