ହାତଗୋଡ ବାନ୍ଧି ଜାଳିଦେଲେ ଯୁବକଙ୍କୁ, ଶୁଣିଲେନି ଆକୁତି ମିନତି; ସନ୍ଦେହ କରାଯାଉଛି କି ଏଥିରେ ଅଛି ପ୍ରେମିକା ର ହାତ

STATE

ଶନିବାର ମଧ୍ୟ ରାତ୍ରିରେ ଜଣେ ଯୁବକଙ୍କ ହାତ ଗୋଡ ବାନ୍ଧି ଜାଳି ଅତି ନିଷ୍ଠୁର ଭାବେ ଜାଳି ଦେଇଥିଲେ କେତେକ ଲୋକ । ଜଳୁଥିବା ଅବସ୍ଥାରେ ଜୋରରେ ଜୋରରେ ଜୀବନ ବିକଳରେ ଚିତ୍କାର କରୁଥିଲା ଯୁବକଟି । ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ଘଟଣା କଅଣ ବୋଲି ଦେଖିଲା ବେଳକୁ, ଜଣେ ଯୁବକ ବିଦ୍ୟାଳୟର ଉପର ଘର ପୋର୍ଟିକୋ ଅର୍ଥାତ ଶିଡି ନିକଟ ଚଟାଣ ଉପରେ ନିଆଁରେ ଜଳୁଛି । ଲୋକେ ଦୌଡି ଯାଇଥିଲେ ଯୁବକଙ୍କୁ ଉଦ୍ଧାର କରିବାକୁ । ହେଲେ ଜଳନ୍ତା ଯୁବକଙ୍କୁ କିପରି ଉଦ୍ଧାର କରିବେ, ଉପାୟ ନପାଇ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଉଭୟ ପୋଲିସ ଓ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟ, ଚିକିତ୍ସାଳୟରେ ପହଞ୍ଚିବାର ଅଧଘଣ୍ଟା ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

loading...

ଅଘଟଣଟି ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥକଣା ଅଧୀନ ଅଢଙ୍ଗା ପଞ୍ଚାୟତର ଦେବଗ୍ରାମରେ । ଉକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଲ୍ଦିଙ୍ଗରେ ଜଣେ ଯୁବକଙ୍କୁ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦିଆଯାଇଛି । ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ ତାଙ୍କ ଘର ଖୋର୍ଦ୍ଧା ବୋଲି କହିଛନ୍ତି । ତେବେ କିଏ ଆଉ କାହିଁକି ତାଙ୍କୁ ଜାଳି ଦିଆଗଲା; ସେ ବିଷୟରେ କିଛି କହିବା ପୂର୍ବରୁ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଯୁବକଙ୍କ ଜୋଟା, ଏକ ଛୁରୀ ଓ କେତେକ ଅଧଜଳା ଦିଆସିଲି କାଠି ଜବତ କରିଛି । ତାଙ୍କ ବାମ ହାତରେ ଏକ ଗଭୀର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ଵାରା ପୋଲିସ ଘଟଣାସ୍ଥଳର କିଛି ଦୂରରୁ ଏକ ମଦ ବୋତଲ, ୩ଟି ଗ୍ଳାସ ଓ ଗୋଟିଏ ପଣି ବୋତଲ ଜବତ କରିଛି । ତେଣୁ ସନ୍ଦେହ କରାଯାଉଛି ଯେ ଯୁବକଙ୍କୁ ଜିଅନ୍ତା ଜାଳି ମାରିବାରେ ଏକାଧିକ ଲୋକ ସମ୍ପୃକ୍ତ ଅଛନ୍ତି ବୋଲି । ତେବେ ପରବର୍ତ୍ତୀ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ମୃତକ ହେଉଛନ୍ତି ନୟାଗଡ କାଞ୍ଚନପୁର ଗାଁର କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ । ସେ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ, ସେହି ଯୁବତୀଙ୍କ ପରିବାର ବା ଯୁବତୀ ହିଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପୋଲିସର ସନ୍ଦେହ । କାରଣ ବିଦ୍ୟାଳୟର ଯେଉଁ ସ୍ଥାନରୁ ତାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରଯାଇଥିଲା, ସେଠାରେ ଚଟାଣ ଉପରେ ‘ମଧୁ’ବୋଲି ରକ୍ତରେ ଲେଖା ଯାଇଥିଲା । ଅନୁମାନ କରାଯାଉଛି ଯେ ମୃତ୍ୟୁ ପୂର୍ବରୁ ମୃତକ ‘ମଧୁ’ ବୋଲି ଲେଖିଛନ୍ତି ଓ ଏହି ମଧୁ ତାଙ୍କର ପ୍ରେମିକା ହୋଇଥାଇପାରେ ।

Please follow and like us:
error
loading...