thunder

ବଜ୍ରପାତ ନେଇଗଲା ୩ ଜଣଙ୍କ ଜୀବନ

STATE

ବର୍ଷା ଛାଡି ଯାଇଥିଲେ ବି ବଜ୍ରପାତର ଆଶଙ୍କା ଟଳିନାହିଁ । ବଜ୍ରପାତ ଯୋଗୁ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ଟି ଅମୂଲ୍ୟ ଜୀବନ ଚାଲିଯାଇଛି । ବୌଦ୍ଧ ବନ୍ଧାପଥର ଗାଁରେ ଜଣଙ୍କର ମୃତ୍ୟୁ ବଜ୍ରପାତରେ ଘଟିଥିବା ସୂଚନା ମିଳିଛି । କେନ୍ଦୁଝର ସାନଯୋଡା ଗାଁରେ ବଜ୍ରପାତ ଘଟି ଜଣେ ପ୍ରାଣ ହରାଇଥିବାବେଳେ ସେଠାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି ।

loading...

ସେହିପରି ବଲାଙ୍ଗିର ଜାମଝରଣ ଗାଁରେ ମଧ୍ୟ ବଜ୍ରପାତ ଘଟି ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ସେ ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା । ସେହି ବିଲରେ ସେ ଟଳି ପଡିଥିଲେ ।

Please follow and like us:
error
loading...