rever

ରାଜସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ୧୦ ଜଣ ମୃତ୍ୟୁ

NATIONAL

ଜୟପୁର : ରାଜସ୍ଥାନର ଧଉଳପୁରରେ ମଙ୍ଗଳବାର ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ୧୦ ଜଣ ବୁଡ଼ିଯାଇଛନ୍ତି । ୧୦ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ପାର୍ବତୀ ନଦୀକୁ ଯାଇଥିଲେ । ଧଉଳପୁର ଜିଲ୍ଲାପାଳ ରାକେଶ ଜୟସ୍ୱାଲ କହିଛନ୍ତି, ମୂର୍ତ୍ତି ବିସର୍ଜନ ସମୟରେ ଦୁର୍ଘଟଣା ଘଟିଥଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆମେ ୭ ଜଣଙ୍କର ମୃତଦେହ ଉଦ୍ଧାର କରିଛୁ ।

loading...

ଜିଲ୍ଲାପାଳ କହିଛନ୍ତି, ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧-୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଘଟଣାସ୍ଥଳରେ ମୁତୟନ ଥିବା ଜଣେ ପୋଲିସ କହିଛନ୍ତି, ମୂର୍ତ୍ତି ବିସର୍ଜନ ବେଳେ ଜଣେ ବାଳକ ନଦୀକୁ ଡେଇଁ ପଡ଼ିଥିଲା । ଫଳରେ ସେ ବୁଡ଼ି ଯାଇଥିଲା । ପରେ ଅନ୍ୟମାନେ ମଧ୍ୟ ଗାଧୋଇବାକୁ ନଦୀକୁ ଡେଇଁ ବୁଡ଼ି ଯାଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ଉଦ୍ଧାର କାମରେ ଲାଗିଥିଲେ ।

Please follow and like us:
error
loading...