Odisha Infocus

ଅଯୋଧ୍ୟା ମାମଲା ଶୁଣାଣିର ଆଜି ଶେଷ ଦିନ

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ଶୁଣାଣିର ଆଜି ଶେଷ ଦିନ ହୋଇପାରେ । ସୁପ୍ରିମ କୋର୍ଟର ପ୍ରଧାନ ବିଚାର ପତି ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି କି ଆଜି ଅଯୋଧ୍ୟା ମାମଲାର ୪୦ତମ ଶୁଣାଣି ହେବା ସହ ଆଜି ଶେଷ ଶୁଣାଣି ହେବ । ଆଜି ମୁସଲମାନ ପକ୍ଷଧାରୀ ନିଜ ପକ୍ଷ ରଖିବେ। ଏଥିରେ ସମ୍ପୃକ୍ତ ଥିବା ଚାରି ପ୍ରତିପକ୍ଷଙ୍କୁ ସମୁଦାୟ ୪୦- ୪୫ ମିନିଟ ପର୍ୟ୍ୟନ୍ତ ସମୟ ମିଳିବ । […]

Continue Reading

ସ୍ଵଦେଶୀ ଜ୍ଞାନକୌଶଳ ରେ ଯୁଦ୍ଧକୁ ସାମ୍ନା କରିବ ସୈନ୍ୟ ବାହିନୀ; ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ : ସୈନ୍ୟ ବାହିନୀରେ ଅଧିକରୁ ଅଧିକ ସ୍ଵଦେଶୀ ଜ୍ଞାନକୌଶଳ ଆପଣାଇବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଗୁରୁତ୍ବ ଦେଇଛନ୍ତି। ଏପରିକି ଭାରତ ଏହାର ଆଗାମୀ ଯୁଦ୍ଧକୁ ସ୍ଵଦେଶୀ ନିର୍ମିତ ଯୁଦ୍ଧାସ୍ତ୍ରରେ ଲଢିବ ଓ ଏଥିରେ ବିଜୟୀ ହେବ। ୪୧ତମ ଡିଆରଡିଓ ନିର୍ଦ୍ଦେଶକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ କହିଛନ୍ତି, ଭବିଷ୍ୟତର ଯୁଦ୍ଧକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଉନ୍ନତ କରାଯିବା ଦରକାର। ବର୍ତ୍ତମାନ ସମୟରେ ସାଇବରସ୍ପେସ୍, ସ୍ପେସ୍, ଲେଜର, ଇଲେକଟ୍ରୋନିକ ଯୁଦ୍ଧ […]

Continue Reading

ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପରିବା ବିକାଳି ମହିଳାଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ନିକଟରେ ଥିବା ରଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ପରିବା ବିକୁଥିବା ମହିଳାଙ୍କୁ ଟ୍ରକ ପିଟିଦେବାରୁ ତାଙ୍କର ଘଟଣାସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମହିଳାଙ୍କ ନାମ କନକ ବେହେରା ବୋଲି ଜଣାପଡିଛି । ସେପଟେ ଗ୍ରମାବାସୀ ଟ୍ରକକୁ ଅଟକାଇ ରଖିବା ସହିତ ରାସ୍ତା ଅବରୋଧ କରିଛନ୍ତି ସକାଳ ସମୟରେ ରଣ୍ଡା ଛକକୁ ଜଣେ ମହିଳା ପରିବା ବିକିବା ପାଇଁ […]

Continue Reading

ବାଲେଶ୍ୱରରେ କୋଟିଏ ଟଙ୍କାର ଜବତ ହେଲା ବ୍ରାଉନସୁଗାର, ହେଲେ କେତେ ଟଙ୍କାର ଜାଣିଲେ ହୋସ ଉଡିଯିବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଏକ ବଡ ଧରଣର ବ୍ରାଉନସୁଗାର କାରବାର ପଦାକୁ ଆସିଛି । ଚଢାଉ କରି କେତେ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ଜାଣିଲେ ଆପଣଙ୍କର ହୋସ ଉଡିଯିବ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି । ଘଟଣାସ୍ଥଳରୁ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ତେବେ କେଉଁଠି ଓ କେମିତି ଜବତ ହେଲା, ଆସନ୍ତୁ […]

Continue Reading

୭୪ ବର୍ଷ ବୟସରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ୭୪ ବର୍ଷ ବୟସରେ ପାଦ ଥାପିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ । ଲଗାତର ପଞ୍ଚମ ଥର ଭାବେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କୁ ବସାଇଛନ୍ତି ରାଜ୍ୟବାସୀା ୧୯ ବର୍ଷ ଶାସନ କାଳରେ ବଦଳିଛି ଓଡ଼ିଶାର ଚିତ୍ର । ହଟିଛି ଗରିବୀ, ବଢ଼ିଛି ବିକାଶର ରାସ୍ତା । ରାଜ୍ୟରୁ ଗରିବ ହଟାଇବା ନବୀନଙ୍କ ମୂଳ ଲକ୍ଷ୍ୟ । ଗାଁ ଗହଳି, ସହର ନଗର […]

Continue Reading
Indian Police

ବନ୍ଧୁକ ଦେଖାଇ ଲୁଟିନେଲେ ୧୧ ଲକ୍ଷ ଟଙ୍କା, ପୋଲିସର ଛାନଭିନ ଆରମ୍ଭ

ରାଉରକେଲାର କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମନାରେ ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟ ହୋଇଥିବା ସଂବାଦ ପ୍ରାପ୍ତ ହୋଇଛି । ଭତ୍ତା ଟଙ୍କା ନେଇ ଯାଉଥିବା ଗାଡିରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ ୩ଟି ବାଇକରେ ଆସିଥିଲେ । ସଂଖ୍ୟାରେ ସେମାନେ ୫ ଜଣ ଥିବା ଜଣାପଡିଛି । ମୁହଁରେ ମୁଖା ପିନ୍ଧି ବନ୍ଧୁକ ଦେଖାଇ ବାଟରେ ଗାଡି ଅଟକାଇ ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ […]

Continue Reading

ଟ୍ରକ ଧକ୍କାରେ ବଲାଙ୍ଗିରରେ ଭାଇ ଭଉଣୀଙ୍କ ମୃତ୍ୟୁ

ବଲାଙ୍ଗିରରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଛି । ଏକ ଦୃତ ଗତିରେ ଆସୁଥିବା ଟ୍ରକର ଧକ୍କାରେ ଭାଇ ଓ ଭଉଣୀ ଦୁଇଜଣ ପ୍ରାଣ ହରାଇଛନ୍ତି । ଭାଇର ନାଁ ମଣ୍ଟୁ ବେନିଆ ଓ ଭଉଣୀର ନାଁ ସଞ୍ଜୁ ବେନିଆ । ବାଇକରେ ବସାଇ ଭଉଣୀକୁ ସ୍କୁଲରେ ଛାଡିବାକୁ ଭାଇ ନେଉଥିବାବେଳେ ବାଟରେ ଦେଓଗାଁ-ତୁସୁରା ରାସ୍ତା ମହିପୁର ଛକରେ ଗୋଟିଏ ଟ୍ରକ ଦୁହିଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉତ୍ତେଜନା […]

Continue Reading

ହାଇକୋର୍ଟ ର ଆଜି ଗୁରୁତ୍ଵପୂର୍ଣ ଦିନ

ଆଜି ଓଡିଶା ହାଇକୋର୍ଟ ର ଗୁରୁତ୍ଵପୂର୍ଣ ଦିନ । ମୁଖ୍ୟ ବିଚାରପଟିଙ୍କ ନେତୃତ୍ଵରେ ଆଜି ପୂର୍ବାହ୍ନ ୧୦ଟା ୩୦ରେ ବସିଛି ଫୁଲ ବେଞ୍ଚ । କେବଳ ମୁଖ୍ୟ ବିଚାରପତି ନୁହନ୍ତି, ତାଙ୍କ ସହିତ ଶୁଣାଣି କରିବେ ଆଉ ୧୩ ଜଣ ବିଚାରପତି । ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଆଗତ ହୋଇଛି ଅଦାଲତ ଅବମାନନା ମାମଲା । ତାହା ବ୍ୟତୀତ ବିଭିନ୍ନ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଜି ଶୁଣାଣି କରାଯିବ ନେଇ ଚର୍ଚ୍ଚା ହେଉଛି ।

Continue Reading

ତୁର୍କୀକୁ ଚେତାବନୀ ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍ : ଉତ୍ତର-ପୂର୍ବ ସିରିଆରେ ତୁର୍କୀ ସେନା ପକ୍ଷରୁ ଯେଉଁ ଦମନଲୀଳା ଚାଲିଛି ତାହାକୁ ତୀବ୍ର ବିରୋଧ କରିଛି ଆମେରିକା । ଯଦି ତୁର୍କୀ ନିଜର ହରକତକୁ କାବୁ ନ କରେ ତେବେ ତା’ର ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବର୍ବାଦ କରିବାକୁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ସିଧାସଳଖ କହିଛନ୍ତି ଯେ ଆମେରିକା, ତୁର୍କୀର ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବ । ଏହା ସହିତ ଇସ୍ପାତ ଉପରେ ରହୁଥିବା ତାରିଫ୍‌କୁ ବଢ଼ାଇ ଦେବ । […]

Continue Reading

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୪୦୦ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର : ଚୋରାଚାଲାଣକାରୀଙ୍କ ପେଣ୍ଠସ୍ଥଳ ସାଜିଛି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୪୦୦ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ ହୋଇଛି । ସୂଚନାନୁସାରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨ବ୍ୟବସାୟୀଙ୍କ ଠାରୁ ଆଜି ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ କରାଯାଇଛି । କୁଆଲାଲୁମ୍ବୁରରୁ ଏୟାର ଏସିଆ ବିମାନ ଯୋଗେ ଚାଲାଣ ହେଉଥିଲା ଏହି ସିଗାରେଟ । ସିଗାରେଟ ଜବତ ହୋଇଥିବା ୨ବ୍ୟବସାୟୀଙ୍କ ଘର କୋଲକାତାରେ । […]

Continue Reading